Pratikruti Samantray ッ
Pratikruti Samantray ッ

@pratikruti_

37 Tweets 111 reads Aug 24, 2021
I'm going to tie (all) Odia proverbs in a thread by this #ଓଡ଼ିଆଢଗଢମାଳି hastag, in both English and Odia.
This would be part.
#ଓଡ଼ିଆଢଗଢମାଳି ହାଜଟ୍ୟାଗରେ ମୁଁ ଓଡ଼ିଆର (ସବୁ) ଢଗକୁ ଗୋଟିଏ ସୁତାରେ ଗୁନ୍ଥିବାକୁ ଯାଉଛି, ଉଭୟ ଇଂରାଜୀ ଓ ଓଡ଼ିଆରେ।
#ଶୁଆନୁବାଦ #ଶୁଆe2o @mte2o
@mte2o 1. Habit is the second nature.
୧. ଢ଼ିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ।
2. To make a mountain of a mole hill.
୨. ତିଳକୁ ତାଳ କରିବା।
3. Morning shows the day.
୩. ତୁଳସୀ ଦୁଇପତ୍ରରୁ ବାସେ।
4. To carry coal to Newcastle.
୪. ତେଲିଆ ମୁଣ୍ଡରେ ତେଲ।
#ଶୁଆନୁବାଦ #ଶୁଆe2o @mte2o
@mte2o 5. Nearest the church farthest from heaven.
୫. ଦୀପତଳ ଅନ୍ଧାର।
6. Blue are the hills that are far from us.
୬. ଦୁର ପର୍ବତ ସୁନ୍ଦର।
7. Coustom vary from country to country.
୭. ଦେଶକେ ଫାଙ୍କ ନଦୀକେ ବାଙ୍କ।
8. After clouds come fair weather.
୮. ଦୁଃଖ ପରେ ସୁଖ ଆସେ।
#ଶୁଆନୁବାଦ #ଶୁଆe2o @mte2o
@mte2o 9. Slow and steady wins the race.
୯. ଧୀର ପାଣି ପଥର କାଟେ।
10. Better late than never.
୧୦. ନହେବା ଅପେକ୍ଷା ବିଳମ୍ବ ଭଲ।
୧୧. ନାଚି ନଜଣାଇ ଭୂଇଁର ଦୋଷ / ଚାଲି ନଜାଣି ବାଟର ଦୋଷ।
11. A bad workman quarrels with his tools.
#ଶୁଆନୁବାଦ #ଶୁଆe2o @mte2o
@mte2o 12. Something is better than nothing.
୧୨. ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ / ବସିବା ଅପେକ୍ଷା କାଶିବା ଭଲ।
13. Everyone thinks his own geese swan.
୧୩. ନିଜ ଦହିକୁ କେହି ଖଟା କହେ ନାହିଁ।
14. Sweet is wine, but sour is the payment.
୧୪. ଦେଲାବେଳକୁ ଆଗ, ନେଲାବେଳକୁ ବାଘ।
#ଶୁଆନୁବାଦ #ଶୁଆe2o @mte2o
@mte2o 15. Voice of the people is the voice of the God.
୧୫. ପଞ୍ଚମୁଖେ ନାରାୟଣ।
16. Diligence is the mother of fortune.
୧୬. ପରିଶ୍ରମ ହିଁ ସୌଭାଗ୍ୟର ମୂଳ।
17. Ill got ill spent.
୧୭. ପାପ ଧନ ପ୍ରାୟଶ୍ଚିତରେ ଯାଏ।
#ଶୁଆନୁବାଦ #ଶୁଆe2o @mte2o
@mte2o 18. Prevention is better than cure.
୧୮. ପାଣି ପିଇବ ଛାଣି, ପଇସା ନବ ଗଣି।
19. To live in Rome and snipe with Pope.
୧୯. ପାଣିରେ ବାସ କରି କୁମ୍ଭୀର ସାଙ୍ଗେ ବାଦ।
20. When the cat is away, the mice play.
୨୦. ବାଘ ଘରେ ମିରିଗ ନାଟ।
#ଶୁଆନୁବାଦ #ଶୁଆe2o @mte2o
@mte2o 21. Black will take no other hue.
୨୧. ପ୍ରକୃତି ନୈବମୁଚ୍ୟତେ / ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ।
22. To sow seeds at the time of harvest.
୨୨. ବାହାଘର ବେଳେ ବାଇଗଣ ରୁଆ।
23. Many a little makes a mickle.
୨୩. ବିନ୍ଦୁ ବିନ୍ଦୁ ପାଣିରେ ସମୁଦ୍ର ଗଠିତ।
#ଶୁଆନୁବାଦ #ଶୁଆe2o @mte2o
@mte2o 24. Empty vessels make the most noise.
୨୪. ଫମ୍ପା ମାଠିଆର ଶବ୍ଦ ବେଶୀ।
25. Cat drinks milk with closed eyes.
୨୫. ଲୁଚିଛି ନା ଗୋଡ଼ ଦିଟା ଦିଶୁଛି।
26. Better not say anything to influential people.
୨୬. ବଡ଼ ଲୋକଙ୍କୁ ଉତ୍ତର ନାହିଁ।
#ଶୁଆନୁବାଦ #ଶୁଆe2o @mte2o
@mte2o 27. All covet, all lost.
୨୭. ଅତି ଲୋଭେ ଶୃଗାଳ ମରେ।
28. Too much of anything is bad.
୨୮. ଅତି ଲେମ୍ୱୁ ଚିପୁଡ଼ିଲେ ପିତା।
29. A little learning is dangerous thing.
୨୯. ଅଳ୍ପ ବିଦ୍ୟା ଭୟଙ୍କାରୀ।
30. Pride goeth before fall.
୩୦. ଅତିଦର୍ପେ ହତ ଲଙ୍କା।
#ଶୁଆନୁବାଦ #ଶୁଆe2o @mte2o
@mte2o 31. Too much familiarity breeds contempt.
୩୧. ଅତିପରିଚୟେ ଗୌରବ ନଷ୍ଟ।
32. One sleep doesn't end misery.
୩୨. ଏକା ମାଘକେ ଶୀତ ଯାଏନି।
33. It needs two to make a quarrel.
୩୩. ଗୋଟେ ହାତରେ ତାଳି ବାଜେନି।
34. Out of sight, out of mind.
୩୪. ଆଖିରୁ ଗଲେ ମନରୁ ଯାଏ।
#ଶୁଆନୁବାଦ #ଶୁଆe2o @mte2o
@mte2o 35. Pride goeth before fall.
୩୫. ଅତିଦର୍ପେ ହତ ଲଙ୍କା।
36. A friend in need is a friend indeed.
୩୬. ଅସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ।
37.Too much courtesy too much craft.
୩୭. ଅତିଭକ୍ତି ଚୋରର ଲକ୍ଷଣ।
38. Necessity knows no law.
୩୮. ଅକାଳେ ନିୟମ ନାସ୍ତି।
#ଶୁଆନୁବାଦ #ଶୁଆe2o @mte2o
@mte2o 39. Cut your coat according to your cloth.
୩୯. ଆୟ ଦେଖି ବ୍ୟୟ କର / ଭେକ ଦେଖି ଭିକ ଦିଅ।
40. Where there is a will, there is a way.
୪୦. ଇଛା ଥିଲେ, ଉପାୟ ଅଛି।
41. United we stand, divided we fall.
୪୧. ଏକତା ହିଁ ବଳ।
42. No pain, no gain.
୪2. କଷ୍ଟ କଲେ କୃଷ୍ଣ ମିଳେ।
#ଶୁଆନୁବାଦ #ଶୁଆe2o @mte2o
@mte2o 43. Poverty is the mother of crime.
୪୩. ଅଭାବେ ସ୍ଵଭାବ ନଷ୍ଟ।
44. Barking dogs seldom bite.
୪୪. ଭୁକିଲା କୁକୁର କାମୁଡ଼େ ନାହିଁ।
45. Adversity and loss make a man wise.
୪୫. ମଣିଷ ଠିକିଲେ ଶିଖେ।
46. As you sow, so you shall reap.
୪୬. ଯେମିତି ପୋତିବ, ସେମିତି ଫଳିବ।
#ଶୁଆନୁବାଦ #ଶୁଆe2o @mte2o
@mte2o 47. Don't cast pearls before swine.
୪୭. ଅପାତ୍ରରେ ଦାନ!
48. Don't cross a bridge until you come to it.
୪୮. ନଈ ନଦେଖୁଣୁ ଲଙ୍ଗଳା।
49. Give them an inch and they’ll take a mile.
୪୯. ଭାଉ ଦେଲେ ବାହୁ ଗିଳିବା।
50. Once bitten twice shy.
୫୦. ଅନ୍ଧ ଥରେ ବାଡ଼ି ହାଯାଏ।
#ଶୁଆନୁବାଦ #ଶୁଆe2o @mte2o
@mte2o 51. Good things come to those who wait.
ଅପେକ୍ଷାର ଫଳ ମିଠା।
52. If it ain't broke, don't fix it.
ଭିକ ନଦେଲ ନାହିଁ, ହେଲେ ଥାଳ ଭାଙ୍ଗନି।
53. No gain without pain.
୫୩. ନିଜେ ନମରିଲେ ସ୍ବର୍ଗ ଦେଖି ପାରିବନି।
54. Money doesn't grow on trees.
୫୪. ଟଙ୍କା ଗଛରେ ଫଳେନି।
#ଶୁଆନୁବାଦ #ଶୁଆe2o @mte2o
@mte2o 55. It's easy to be wise after the event.
୫୫. ଚୋର ପଳେଇଲେ ବୁଦ୍ଧି ଦିଶେ।
56. Necessity is the mother of invention.
୫୬. ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ।
57. Practice makes perfect.
୫୭. ଅଭ୍ୟାସ ବଳରେ କାର୍ଯ୍ୟ ସିଦ୍ଧି।
#ଶୁଆନୁବାଦ #ଶୁଆe2o @mte2o
@mte2o 58. Time and tide wait for none.
୫୮. ସମୟ ଓ ଜୁଆର କାହାକୁ ଅପେକ୍ଷା କରେନି।
59. What goes around comes around.
୫୯. ଯେମିତି ଦେବ ସେମିତି ପାଇବ।
60. When in Rome, do as the Romans do.
୬୦. ଯେ ଦେଶ ଯାଇ, ସେ ଫଳ ଖାଇ।
61. Easier said than done.
୬୧. କହିବା ସହଜ କରିବା କଠିନ।
#ଶୁଆନୁବାଦ #ଶୁଆe2o @mte2o
@mte2o 62. All that glitters is not gold.
୬୨. ବାହାର ଚିକ୍କଣ ଭିତର ପୋଲା।
63. Misfortune never comes alone.
୬୩. ବିପଦ କଦାପି ଏକା ଆସେନି।
64. Too many cooks spoil the broth.
୬୪. ବହୁ ଲୋକରେ ମୂଷା ମରେ ନାହିଁ।
65. Crocodile Tears.
୬୫. କୁମ୍ଭୀର କାନ୍ଦଣା।
#ଶୁଆନୁବାଦ #ଶୁଆe2o @mte2o
@mte2o 66. Much ado about nothing.
୬୬. ବହ୍ଵାଡ଼ମ୍ବେ ଲଘୁକ୍ରିୟା।
67. Sweet words butter no parsnips.
୬୭. ମିଠା କଥାରେ ପେଟ ପୁରେ ନାହିଁ।
68. Silence gives consent.
୬୮. ମୌନଂ ସମ୍ମତି ଲକ୍ଷଣ।
69. Out of the trying pan into the fire.
୬୯. ମହରଗରୁ ଯାଇ କାନ୍ତାରରେ ପଡ଼ିବା।
#ଶୁଆନୁବାଦ #ଶୁଆe2o @mte2o
@mte2o 70. Like father, like son.
୭୦. ବାପ ଯେମନ୍ତ, ପୁଅ ସେମନ୍ତ।
71. To kill two birds with one stone.
୭୧. ଠାକୁର ଦେଖା କଦଳି ବିକା।
72. When God wills no frost will kill.
୭୨. ରଖେ ହରି ମାରେ କିଏ।
73. A sleeping lion catches no deer.
୭୩. ଶୋଇଲା ପୁଅର ଭାଗ ନାହିଁ।
#ଶୁଆନୁବାଦ #ଶୁଆe2o @mte2o
@mte2o 74. A full purse never lack friends.
୭୪. ସମ୍ପଦ ବେଳେ ସର୍ବେ ସଖା।
75. A woman's advise leads to unhappy result.
୭୫. ସ୍ତ୍ରୀ ବୁଦ୍ଧି ପ୍ରଳୟଙ୍କରୀ।
76. Look before you leap.
୭୬. ହାତେ ମାପି ଚାଖଣ୍ଡେ ଚାଲ।
77. Don't cry over the split milk.
୭୭. ଗତସ୍ୟ ଶୋଚନା ନାସ୍ତି।
#ଶୁଆନୁବାଦ #ଶୁଆe2o @mte2o
@mte2o 78. Truth is bitter.
୭୮. ସତ କଥା ସମସ୍ତଙ୍କୁ ପିତା!
79. A bolt from the blue.
୭୯. ଅକାଳ ଚଡକ।
80. His dog is barking at him.
୮୦. ଅଣ୍ଟି ଛୁରି ତଣ୍ଟି କାଟେ।
81. (To)Beat about the bush.
୮୧. ଅନ୍ଧାରରେ ବାଡ଼ି ବୁଲେଇବା।
82. (At)Daggers daen.
୮୨. ଅହି-ନକୁଳ ସମ୍ପର୍କ।
#ଶୁଆନୁବାଦ #ଶୁଆe2o @mte2o
@mte2o 83. If you leap into a well providence isn't bound to fetch you out.
୮୩. ଆପଣା ହସ୍ତେ ଜିହ୍ଵା ଛେଦି, କେ ଅଛି ତାର ପ୍ରତିବାଦୀ।
84. Strike while the iron is hot.
୮୪. ନଇଁ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ / ଲୁହା ଦେଖି ପାଣି ଦେବା।
#ଶୁଆନୁବାଦ #ଶୁଆe2o @mte2o
@mte2o 85. God tempers the wind to the shorn lamb.
୮୫. ଅରକ୍ଷିତକୁ ଦଇବ ସାହା।
86. Money is the root of all evils.
୮୬. ଅର୍ଥ ହିଁ ଅନର୍ଥର ମୂଳ କାରଣ।
87. Everyday is a holyday for sluggards.
୮୭. ଅଳସୁଆଙ୍କ ବାରବାଟି ଚାଷ।
88. To build castles in the air.
୮୮. ଆକାଶ କୁସୁମ।
#ଶୁଆନୁବାଦ #ଶୁଆe2o @mte2o
@mte2o 89. Grasp all lose all.
୮୯. ଅତିରୁ ଇତି।
90. Dont bargain for fish that are still in the water.
୯୦. ଆକାଶ କଇଁଆ ଚିଲିକା ମାଛ।
91. To the pure all things come pure.
୯୧. ନିଜେ ଭଲତ ଦୁନିଆ ଭଲ।
92. Tempest in a tea cup.
୯୨. ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା।
#ଶୁଆନୁବାଦ #ଶୁଆe2o @mte2o
@mte2o 93. Anger has no eyes.
୯୩. କ୍ରୋଧ ହେଲା ବ୍ରହ୍ମଚଣ୍ଡାଳ।
94. All roads lead to roam.
୯୪. ଆରେ ଢମଣା ବୁଲି ବୁଲି ପୁଣି ସେଇ ଅଗଣା।
95. Honour thyself, honour buy.
୯୫. ଆଲୋ ସଖୀ, ଆପଣା ମହତ ଆପେ ରଖି।
96. The poor suffer all the wrong.
୯୬. ଗରିବ ମାଇପ ସବୁରି ଶାଳୀ।
#ଶୁଆନୁବାଦ #ଶୁଆe2o @mte2o
@mte2o 97. His pockets are full of holes.
୯୭. ଗୋଦରା କୋଢ଼େ ଯେତେ ମାଡ଼େ ସେତେ।
98. (To)set a thief catch a thief.
୯୮. କଣ୍ଟାକୁ କଣ୍ଟାରେ କଢ଼ା ଯାଏ।
99. By hook or by crook.
୯୯. କଳେ ବଳେ କୌଶଳେ।
100. To add fuel to fire.
୧୦୦. ନିଆଁରେ ଘିଅ ଢାଳିବା / କଟା ଘା'ରେ ଚୁନ ଦେବା।
#ଶୁଆନୁବାଦ #ଶୁଆe2o @mte2o
@mte2o 101. The sooner the better.
୧୦୧. ଶୁଭସ୍ୟ ଶିଘ୍ରମ।
102. A beggar can never be bankrupt.
୧୦୨. ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ।
103. Service to mankind is service to God.
୧୦୩. ମାନବ ସେବା ହିଁ ମାଧବ ସେବା।
104. Wolf in sheep.
୧୦୪. ବିରାଡ଼ି ବୈଷ୍ଣବ।
#ଶୁଆନୁବାଦ #ଶୁଆe2o @mte2o
@mte2o 105. (To)Rob peter to pay paul.
୧୦୫. ଝିଣ୍ଟିକା ମାରି ବଣି ପୋଷିବା।
106. Indolence is the mother of poverty.
୧୦୬. ବସି ଖାଇଲେ ନଈ ବାଲି ସରେ।
107. Spare to speak and spare to speech.
୧୦୭. ପେଟରେ ଭୋକ ମୁହଁରେ ଲାଜ।
108. Doctors differ.
୧୦୮. ନାନା ମୁନି, ନାନା ମତ।
#ଶୁଆନୁବାଦ #ଶୁଆe2o @mte2o
@mte2o 109. Whispered words are heard afar.
୧୦୯. ତୁଣ୍ଡ ବାଇଦ ସହସ୍ର କୋଶ।
110. A guilty mind is always suspicious.
୧୧୦. ଠାକୁର ଘରେ କିଏ, ନା ମୁଁ କଦଳୀ ଖାଇନି।
111. (To)Hunt with the hound and fly with the hare.
୧୧୧. ଏ ଘର ମାଉସୀ ସେ ଘର ପିଉସୀ।
#ଶୁଆନୁବାଦ #ଶୁଆe2o @mte2o
@mte2o 112. Cut off one’s nose to spite one’s face.
୧୧୨. ଘଇତା ପଛେ ମରୁ ସାଉତୁଣୀ ରାଣ୍ଡ ହେଉ।
113. A prophet is seldom honoured in his own country.
୧୧୩. ଗାଁ କନିଆଁ ସିଙ୍ଘାଣି ନାକୀ।
114. To teach one’s granny, to grope her ducks.
୧୧୪. କଂସାରି ଘରର ପାରାକୁ କୁଲା ଢାଉଁ ଢାଉଁ।
#ଶୁଆନୁବାଦ #ଶୁଆe2o @mte2o
@mte2o 115. Bells call others, but themselves enter not the church.
୧୧୫. କହିଦେଉଥାଉ ପରକୁ ବୁଦ୍ଧି ନଦିଶଇ ଘରକୁ।
116. ଘର ଢିଙ୍କି କୁମ୍ଭୀର।
୧୧୬. His dog is barking at him.
117. (To be) Between horns of a dilemma.
୧୧୭. ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ବ୍ରହ୍ମହତ୍ୟା।
#ଶୁଆନୁବାଦ #ଶୁଆe2o @mte2o
@mte2o 118. What is lotted cannot be blotted.
୧୧୮. କପାଳ ଲିଖନ କେ କରିବ ଆନ।
119. Good wine needs no blush.
୧୧୯. ଚିହ୍ନା ବ୍ରାହ୍ମଣର ପଇତା ଲୋଡ଼ା ନାହିଁ।
120. Square peg in a round hole.
୧୨୦. ଚଷା କି ଜାଣେ ପଶାର କଥା।
121. Give one a good dressing.
୧୨୧. ଉତ୍ତମ ମଧ୍ୟମ ଦେବା।
#ଶୁଆନୁବାଦ #ଶୁଆe2o @mte2o
@mte2o 122. (To) Cast pearls before swine.
୧୨୨. ଘୁଷୁରୀକୁ ପାଚିଲା କଦଳୀ।
123. Where there’s smoke there’s fire.
୧୨୩. ଯେଉଁଠି ଧୂଆଁ, ସେଇଠି ନିଆଁ।
124. Scratch my back, I'll scratch yours.
୧୨୪. ତୁ ତ ମୁତୁରୀ ମୁଁ ତ ମୁତୁରୀ, ହେଁସ କାହିଁ ପାଇଁ ଧୋଇବା? ଆଲୋ ମୁତୁରୀ ସେଥିରେ ଶୋଇବା।
#ଶୁଆନୁବାଦ #ଶୁଆe2o @mte2o
@mte2o 125. Penny wise Pound foolish.
୧୨୫. ଘୋଡ଼ା ଛ ଟଙ୍କା କୁ ଦାନା ନ ଟଙ୍କା।
126. Pot calling the kettle black.
୧୨୬. ଚାଲୁଣୀ କହୁଛି ଛୁଞ୍ଚି କୁ, ତୋ ଦେହରେ ଗୋଟିଏ କଣା।
127. None so blind as those who will not see.
୧୨୭. ଚେଇଁ ସୋଇଥିବ ଯିଏ, ତା'କୁ ଉଠେଇବ କିଏ?
#ଶୁଆନୁବାଦ #ଶୁଆe2o @mte2o

Loading suggestions...