ଦି'ତିନି ଦିନ ହେଲା ଟୁଇଟରରେ #ଆଞ୍ଚଳିକ_ଭାଷା କୁ ନେଇ ଏକରକମ ଯୁଦ୍ଧ ଚାଲିଛି, ତେଣୁ ଭାବିଲି ଓଡ଼ିଆ ହିସାବରେ ଆପଣମାନେ ଆମ ଓଡ଼ିଶା ଇତିହାସ ଟିକେ ପଢି ଗର୍ବିତ ହେବେ ବୋଲି । ବେଶି ଲମ୍ବା କରିବିନି, ଶୀଘ୍ର ସରିଯିବ ।
ପଢିବେ ବୋଲି ଆଶା 🙏👇
ପଢିବେ ବୋଲି ଆଶା 🙏👇
ଭାରତରେ ଭାଷାଭିତ୍ତିକ ରାଜ୍ଯ ଗଠନ ବିଷୟରେ ଗୁଗୁଲେଇଲେ ପ୍ରାୟତଃ ଆପଣଙ୍କୁ 'ପ୍ରଥମ ରାଜ୍ଯ ଆନ୍ଧ୍ରପ୍ରଦେଶ' ବୋଲି ଗୁଗୁଲ ବାବା କହିବେ, ହେଲେ ଏଇଠି କହିରଖୁଛି ଯେ ୧୯୫୩ ରେ ଗଠିତ States' Reorganization Commission ର ରିପୋର୍ଟ ଉପରେ ସଂସଦ ଓ ହାଇଦ୍ରାବାଦ ବିଧାନସଭାରେ ଅନେକ ତର୍କ ବିତର୍କ ପରେ, ୧ ନଭେମ୍ବର ୧୯୫୬ ରେ ଆନ୍ଧ୍ରପ୍ରଦେଶର
ପୁନର୍ଗଠନ ହେଲା, ଯାହାକି କମିଶନ୍ ପରେ ସ୍ୱାଧୀନ ଭାରତର ପ୍ରଥମ 'ଭାଷାଭିତ୍ତିକ ରାଜ୍ଯ' ହେଲା । ଏହି କମିଶନ୍ ର ରିପୋର୍ଟ ଓ ସରକାରୀ ରିପୋର୍ଟ ପଢିଲେ ଆପଣମାନେ ନିହାତି ଜାଣିପାରିବେ ଯେ #ଭାଷା ଗୋଟେ ରାଜ୍ଯ ଗଠନ ବା ପୁନର୍ଗଠନ ପାଇଁ କେତେ ଜରୁରୀ ହେଇପଡିଥିଲା ।
ଏବେ ଆସିବା ମୂଳ କଥାକୁ; ଆମ #ଓଡ଼ିଶା ର ଏହି ଭାଷାଭିତ୍ତିକ ରାଜ୍ଯଗଠନର
ଏବେ ଆସିବା ମୂଳ କଥାକୁ; ଆମ #ଓଡ଼ିଶା ର ଏହି ଭାଷାଭିତ୍ତିକ ରାଜ୍ଯଗଠନର
ରେ କ'ଣ ଅବଦାନ ରହିଛି । ଚାଲନ୍ତୁ ଫେରିଯିବା ଇତିହାସରେ ପ୍ରାକ୍ ସ୍ଵାଧୀନତା ସମୟକୁ,
ସନ ୧୮୪୯, ହଁ ଆଜ୍ଞା, ଆମ ଲଢେଇର ଇତିହାସ ଏତେ ପୁରୁଣା 😀
ସ୍ଥାନ ସମ୍ବଲପୁର, ବୈପୁତ୍ରିକ ରାଜା ନାରାୟଣ ସିଂହ ଙ୍କ ମୃତ୍ଯୁ ପରେ ସେତେବେଳର ନିୟମ ଅନୁଯାୟି ବ୍ରିଟିଶ ସରକାର ଏହାର ଶାସନ ଭାର ନିଅନ୍ତି ଆଉ ଆରମ୍ଭ ହୁଏ ପ୍ରଶାସନିକ ଖେଳ ।
ସନ ୧୮୪୯, ହଁ ଆଜ୍ଞା, ଆମ ଲଢେଇର ଇତିହାସ ଏତେ ପୁରୁଣା 😀
ସ୍ଥାନ ସମ୍ବଲପୁର, ବୈପୁତ୍ରିକ ରାଜା ନାରାୟଣ ସିଂହ ଙ୍କ ମୃତ୍ଯୁ ପରେ ସେତେବେଳର ନିୟମ ଅନୁଯାୟି ବ୍ରିଟିଶ ସରକାର ଏହାର ଶାସନ ଭାର ନିଅନ୍ତି ଆଉ ଆରମ୍ଭ ହୁଏ ପ୍ରଶାସନିକ ଖେଳ ।
ସମସ୍ତ ରାଜକାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦିଆଯାଏ 'ହିନ୍ଦିଭାଷୀ ଅଣଓଡ଼ିଆ' ଙ୍କୁ । ବ୍ରିଟିଶ ଓ ଅଣଓଡ଼ିଆଙ୍କ ବିରୋଧରେ ଧୀରେ ଧୀରେ ବିଦ୍ବେଷ ଆରମ୍ଭ ହୁଏ ଓଡ଼ିଆଙ୍କର, ଏଥିପାଇଁ ନୁହେଁ ଯେ ସେମାନେ ଅଣଓଡ଼ିଆ, ବରଂ ଏଥିପାଇଁ ଯେ ପ୍ରତ୍ୟେକ ସରକାରୀ କାର୍ଯ୍ୟ ପାଇଁ 'ହିନ୍ଦି' ଜାଣିବା ବେସରକାରୀ ଭାବେ ଅପରିହାର୍ଯ୍ଯ କରିଦିଆଯାଇଥିଲା ଏକରକମ
୧୯ ଜାନୁଆରୀ ୧୮୯୫, ଆଧିକାରିକ ଭାବେ 'ହିନ୍ଦୀ' ସେଣ୍ଟ୍ରାଲ ପ୍ରଭିନ୍ସ ର ରାଜଭାଷାର ମାନ୍ୟତା ପାଏ ଏବଂ ଅନେକଦିନ ଧରି କୁହୁଳୁଥିବା ନିଆଁରେ ଘିଅ ପଡେ । ଶ୍ରୀ ଧରଣୀଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡିଆଙ୍କ ସମ୍ମିଳନୀ (ଉତ୍କଳ ସଭା) ସେ ସମୟର ଭାଇସରୟ ଏଲଗିନ୍ ଙ୍କୁ 'ହିନ୍ଦି ବଦଳରେ ଓଡ଼ିଆ' ପାଇଁ ସ୍ମାରକପତ୍ର ପଠାଏ ।
ଓଡ଼ିଆ ଭାଷା ଆନ୍ଦୋଳନ ବିଷୟରେ ଚର୍ଚ୍ଚା ହେବ ଆଉ ଆମେ ମଧୁବାବୁଙ୍କୁ ଭୁଲିଯିବା ? ଏବେ ସିନା ଆମେ "ରସଗୋଲା ଆମର" ହେଶଟେଗ୍ ଚଲଉଛେ, ହେଲେ ଦିନଥିଲା ଯେତେବେଳେ ଏକଲା ମଧୁବାବୁ ବଙ୍ଗାଳୀ (ଭାଷା କି ଲୋକ ସବିଶେଷ କହିବିନି😀) ବିରୋଧରେ ଲଢିଥିଲେ ଏବଂ ବାରମ୍ବାର କଂଗ୍ରେସ ଅଧିବେଶନରେ ସ୍ଵତନ୍ତ୍ର ଓଡ଼ିଆ ରାଜ୍ୟ ପାଇଁ ଯୁକ୍ତି ବାଢୁଥିଲେ
ସମ୍ବଲପୁରକୁ ଫେରିବା; ସନ ୧୯୦୧ ରେ ସରକାର ଜନଗଣନା ଆରମ୍ଭ କରନ୍ତି, ଯେଉଁଥିରେ 'ମାତୃଭାଷା' ବିଶୟରେ ପ୍ରଶ୍ନ ଥିଲା (ଏବେ ବି ଅଛି)। ସେ ସମୟର ଆସିଷ୍ଟାଣ୍ଟ କମିଶନର ବୈକୁଣ୍ଠନାଥ ପୁଜାରୀ ଗାଁରୁ ଗାଁ ବୁଲିବୁଲି ଲୋକଙ୍କୁ "ମାତୃଭାଷା ଓଡିଆ" ଲେଖେଇବାକୁ ବୁଝେଇଥିଲେ । ଥରେ ଭାବନ୍ତୁ, ଆମ ପୂର୍ବପୁରୁଷ ଆମ ଭାଷା #ଓଡ଼ିଆ କୁ ବଞ୍ଚେଇବାକୁ
ସମ୍ବଲପୁର ଥିଲେ ସେଣ୍ଟ୍ରାଲ ପ୍ରଭିନ୍ସରେ, ମହାନଦୀ ଡିଭିଜନ୍(ଛତିଶଗଡ ଡିଭିଜନ);ସେଥିରେ ଥିଲେ ରାୟପୁର, ବିଳାଶପୁର ଓ ସମ୍ବଲପୁର । ତେଣୁ ସେ ଯୁଦ୍ଧ ରେ ବିଜୟୀ ନହେଇଥିଲେ, ସମ୍ବଲପୁରରେ ହିନ୍ଦି ଚାଲିଥା'ନ୍ତା, ଆଉ ଆପଣ ସମଲେଇଙ୍କୁ ଦେଖିବାକୁ ଓଡ଼ିଶା ବାହାରକୁ ଯାଇଥା'ନ୍ତେ !
ଯୁଦ୍ଧ ଥିଲା, 'ସମ୍ବଲପୁର କୁ ଓଡିଶା ଡିଭିଜନ୍ ରେ ମିଶେଇବାକୁ'
ଯୁଦ୍ଧ ଥିଲା, 'ସମ୍ବଲପୁର କୁ ଓଡିଶା ଡିଭିଜନ୍ ରେ ମିଶେଇବାକୁ'
୧୯୦୧ ରେ ସମ୍ବଲପୁର ଓ ୧୯୦୨ରେ ଗଞ୍ଜାମ, ଓଡିଆ ଭାଷା ଆନ୍ଦୋଳନକୁ ଜାତୀୟସ୍ତରରେ ପରିଚୟ ଦିଅନ୍ତି। ୧୯୦୩ ରେ କର୍ଜନ୍ ଙ୍କ ସରକାର ସବୁ ଓଡିଆଭାଷୀଙ୍କୁ ବେଙ୍ଗଲ୍ ପ୍ରଭିନ୍ସରେ ମିଶେଇବାକୁ ସୁପାରିଶ କରନ୍ତି, ହେଲେ ବିଲେଇ ବାଟ କାଟିଲା ପରି ଆମ୍ପଥିଲ୍ ସମ୍ବଲପୁର କୁ ଓଡିଶା ପ୍ରଭିନ୍ସ ରେ ମିଶାନ୍ତି, କିନ୍ତୁ ଗଞ୍ଜାମ କୁ ଛାଡିଦିଅନ୍ତି
ତେବେ, ଓଡିଆ ଭାଷା ଆନ୍ଦୋଳନ ଏତିକିରେ ସରିନଥିଲା, ଅନେକ ଘାତ ପ୍ରତିଘାତ ପରେ ୩ ମାର୍ଚ୍ଚ ୧୯୩୬ ରେ #ଓଡ଼ିଶା_ପ୍ରଭିନ୍ସ ର ଗଠନ ହେଇଥିଲା; ପ୍ରଥମ #ଭାଷାଭିତ୍ତିକ_ରାଜ୍ଯ (ଯିଏ ଯାହା ବୁଝୁ) ଏବଂ ୧ ଏପ୍ରିଲ ରେ ଏହାର ଶୁଭ ଉଦ୍ଘାଟନ ହେଇଥିଲା ।
#ଓଡ଼ିଆ ଭାଷାଭିତ୍ତିକ #ଓଡ଼ିଶା ଗଠନରେ ପଶ୍ଚିମ ଓଡ଼ିଶାର ଅବଦାନ ବିଷୟରେ ଆଜିକାଲିକା ହ୍ୱାଟସଆପ୍ ପ୍ରେମୀ ଓଡିଆ ଯୁବ ସମାଜ ଜାଣନ୍ତୁ ବୋଲି ଲେଖିଲି, ନହେଲେ ରାଜ୍ୟ ଭାଙ୍ଗି ପଚାଶଟା ରାଜ୍ୟ କରିବାକୁ ଅଣଓଡ଼ିଆଙ୍କ ଚେଷ୍ଟା କିଛି ନୂଆ ନୁହେଁ ।
ଲଢେଇ କିନ୍ତୁ ଚାଲିବ, କନ୍ନଡିଗାଙ୍କ ଭଳିଆ ନୁହେଁ, ବରଂ କନୋଡିଆଙ୍କ ବିରୋଧରେ 😀
ଧନ୍ୟବାଦ
ଲଢେଇ କିନ୍ତୁ ଚାଲିବ, କନ୍ନଡିଗାଙ୍କ ଭଳିଆ ନୁହେଁ, ବରଂ କନୋଡିଆଙ୍କ ବିରୋଧରେ 😀
ଧନ୍ୟବାଦ
Loading suggestions...